ୟୁକ୍ରେନ୍‌କୁ ରକ୍ଷା କରିବୁ, ପୁତିନ ହେଉଛନ୍ତି ତାନାଶାହ: ଜୋ ବାଇଡେନ୍‌

ୱାଶିଂଟନ୍‌,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ସଂଘର୍ଷ ଜାରି ଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ବାଇଡେନ୍ କହିଛନ୍ତି ଯେ, ୟୁକ୍ରେନ୍ ଉପରେ ଆକ୍ରମଣ କରି ରୁଷିଆ ବଡ଼ ଭୁଲ କରିଛି। ସେ କହିଛନ୍ତି ୟୁକ୍ରେନ୍‌ର ରକ୍ଷା ପାଇଁ ଯଥା ସମ୍ଭବ ଉଦ୍ୟମ କରିବୁ। ୟୁକ୍ରେନ୍‌ର ରକ୍ଷା ପାଇଁ କାମ କରିବୁ। କୁହାଯାଉଛି ଯେ, ବାଇଡେନ ନିଜର ସମ୍ବୋଧନ ଜରିଆରେ ୟୁକ୍ରେନ୍‌ର ସୁରକ୍ଷା ପାଇଁ ବିଶ୍ୱକୁ ସହଯୋଗ ମାଗିପାରନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ହେବା ପରେ ଏହା ହେଉଛ ବାଇଡେନଙ୍କ ପ୍ରଥମ ଷ୍ଟେଟ ଅଫ ଦ ୟୁନିୟନ ଆଡ୍ରେସ୍। ବାଇଡେନଙ୍କ ସମ୍ବୋଧନ ସମୟରେ ୟୁକ୍ରେନ୍‌ଙ୍କର ରାଜଦୂତ ମଧ୍ୟ ଉପସ୍ଥିତ ଥିଲେ।

ବାଇଡେନ କହିଛନ୍ତି ଯେ, ଆମେରିକୀୟ ସେନା ଓ ରୁଷିଆ ସେନା ମଧ୍ୟରେ ଲଢ଼େଇ ହେବ ନାହିଁ। କିନ୍ତୁ ୟୁକ୍ରେନକୁ ସହଯୋଗ କରିବୁ । ରୁଷିଆ ଉପରେ ଆମେରିକା ଆର୍ଥିକ କଟକଣା ଲଗାଉଛି। ଆମେ ରୁଷିଆ ସହିତ ମୁକାବିଲା କରିବୁ। ପୁତିନଙ୍କ ଯୋଗୁଁ ସମଗ୍ର ବିଶ୍ୱ ଥରହର ହେଉଛି। ଏବେ ୟୁକ୍ରେନ ସହିତ ବିଶ୍ୱର ୨୭ଟି ରାଷ୍ଟ୍ର ଅଛନ୍ତି। ଏଥି ସହିତ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀ ପୁତିନଙ୍କୁ ତାନଶାହ କହିଛନ୍ତି।