କରୋନା ଭ୍ୟାକ୍ସିନ ଆଣିଲା ଋଷ: ରାଷ୍ଟ୍ରପତିଙ୍କ ଝିଅକୁ ଦିଆଗଲା ପ୍ରଥମ ଟିକା

ନୂଆଦିଲ୍ଲୀ:  କରୋନା ଭ୍ୟାକ୍ସିନ ପ୍ରସ୍ତୁତିରେ ଋଷକୁ ଏକ ବଡ଼ ସଫଳତା ମିଳିଛି। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି କି, ଦେଶରେ ନିର୍ମିତ ହୋଇଥିବା କରୋନା ଭ୍ୟାକ୍ସିନକୁ ବ୍ୟବହାର ଉପଯୋଗୀ କରାଇବା ପାଇଁ ପଞ୍ଜୀକୃତ କରାଯାଇଛି। ଏଥିସହିତ ପୁତିନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ପ୍ରଥମ କରୋନା ଟିକା ଦିଆଯାଇଛି। ଆଉ ସେ ସୁସ୍ଥ ଅନୁଭବ କରୁଥିବା ସୂଚନା ମିଳିଛି।

ପୁତିନ ଆହୁରି କହିଛନ୍ତି କି, ଭ୍ୟାକ୍ସିନ ପରୀକ୍ଷଣ ସମୟରେ ସଫଳ ସାବ୍ୟସ୍ତ ହୋଇଛି ଯାହାକି କରୋନା ରୋଗରୁ ସ୍ଥାୟୀ ପ୍ରତିରକ୍ଷା ପ୍ରଦାନ କରିବ। ଭ୍ୟାକ୍ସିନ ଆବଶ୍ୟକ ପରୀକ୍ଷଣ ସମ୍ପୂର୍ଣ୍ଣ କରିଥିବା ନେଇ ପୁତିନ ଜୋର ଦେଇଛନ୍ତି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି କି, ସ୍ୱାସ୍ଥ୍ୟ କର୍ମଚାରୀ ଓ ଶିକ୍ଷକଙ୍କୁ ଏହି ଟିକା ପ୍ରଥମେ ପ୍ରଦାନ କରାଯିବ।