ୟୁକ୍ରେନ୍ ଲିଭିଭ୍‌ରେ ଏକାଥରକେ ୩୦ଟି ମିଜାଇଲ୍ ମାଡ କଲା ଋଷ, ୩୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ଋଷ ଆକ୍ରମଣରେ ଥରୁଛି ୟୁକ୍ରେନ୍। ପ୍ରତି ମୂହୁର୍ତ୍ତରେ ହେଉଛି ବୋମା ବର୍ଷା। କେତେବେଳେ ସରକାରୀ ଅଫିସ୍‌ରେ ତ ଆଉ କେତେବେଳେ ସ୍କୁଲ ଉପରେ କ୍ରମାଗତ ଭାବରେ ଆକ୍ରମଣ କରିଚାଲିଛି ଋଷ।

ତେବେ ଆଜି ୧୮ ଦିନରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପହଞ୍ଚିଥିବା ବେଳେ ୟୁକ୍ରେନ୍‌ରେ ଲିଭିଭ୍‌ରେ ଏକାଥରକେ ୩୦ଟି କୃଜ୍ ମିଜାଇଲ୍ ମାଡ କରିବା ଫଳରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୋଲାଣ୍ଡ ଠାରୁ ମାତ୍ର ୨୫ କିମି ଦୂରରେ ଥିବା ଲିଭିଭ୍‌ରେ ଏହି ଆକ୍ରମଣ କରିଛି ଋଷ। ୟୁକ୍ରେନ୍ ର ରାଜଧାନୀ କିଭ୍ କୁ ଅକ୍ତିଆର କରିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ଏବେ ଋଷ ୟୁକ୍ରେନ୍ ର ଅନ୍ୟ ସ୍ଥାନ ମାନଙ୍କରେ ଆକ୍ରମଣ କରିବା ଆରମ୍ଭ କରିଛି। ଲିଭିଭ୍‌ରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଭର୍ଣ୍ଣରଙ୍କ ଦ୍ୱାରା ସୂଚନା ଦିଆଯାଇଛି।