ଋଷ ଓ ୟୁକ୍ରେନ ଯୁଦ୍ଧ: ଆଜି ହିଁ କୀଭ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୬ଷ୍ଠ ଦିନରେ ପହଂଚିଛି । ଋଷ ଆକ୍ରମଣାତ୍ମକ ପନ୍ଥା ଆପଣାଇ କାଲି ରାତିରୁ ୟୁକ୍ରେନ ରାଜଧାନୀ କୀଭରେ ମିସାଇଲ ଛାଡ଼ିବାରେ ଲାଗିଛି । ଏହି ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ଦୂତବାସ ଏଡଭାଇଜରୀ ଜାରି କରିଛି । ଏଥିରେ ସମସ୍ତ ଭାରତୀୟଙ୍କୁ ଆଜି ହିଁ କୀଭ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ଯେଉଁ ସାଧନ ମିଳୁଛି ତାହା ନେଇ କୀଭ ଛାଡ଼ିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଋଷ ସୈନିକ ଗତକାଲି ରାତିରୁ ଲଗାତାର ଭାବେ କୀଭ ଉପରେ ବମ୍ ଓ ମିସାଇଲ ଦ୍ୱାରା ଆକ୍ରମଣ କରୁଛି । କୀଭ କବଜା କରିବା ଲକ୍ଷ୍ୟରେ ଋଷ ଆକ୍ରମଣ କରି ଚାଲିଛି । ଲଗାତାର ଆକ୍ରମଣ ଯୋଗୁ ବିପଦ ବଢ଼ିଯାଇଛି । ସେଥିପାଇଁ ଭାରତୀୟ ଦୂତବାସ ଆନନ-ଫାନନରେ ଏଡଭାଇଜରୀ ଜାରି କରିଛନ୍ତି ।