ନୂଆଦିଲ୍ଲୀ,ଏଜେନ୍ସି: ମନିଟାରୀ ପଲିସିରେ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ପରେ ଏହାର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଶକ୍ତିଶାଳୀ ହୋଇଛି ଭାରତୀୟ ମୁଦ୍ରା। ଭାରତୀୟ ଟଙ୍କାର ମୂଲ୍ୟ ୨୩ ପଇସା ବଢ଼ିଥିବା ବେଳେ ଡଲାର ସହିତ ଏହାର ବିନିମୟ ମୂଲ୍ୟ ୭୫.୮୦ ରହିଛି। ଇଣ୍ଟର ବ୍ୟାଙ୍କ ଏକ୍ସଚେଞ୍ଜରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୭୫.୯୯ ପଇସା ରହିଥିଲା। ପରେ ଏହା ବୃଦ୍ଧି ପାଇ ୭୫.୮୦ରେ ପହଞ୍ଚିଥିଲା।
ଗୁରୁବାର ଦିନ ବଜାର ବନ୍ଦ ବେଳକୁ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୭୬. ୦୩ ପଇସା ରହିଥିଲା। ଶୁକ୍ରବାର ବଜାର ଆରମ୍ଭରୁ ମଧ୍ୟ ଏଥିରେ ବିଶେଷ ପରିବର୍ତ୍ତନ ଦେଖା ଯାଇନଥିଲା। ମାତ୍ର ମନିଟାରୀ ପଲିସି ନିଷ୍ପତ୍ତି ଆସିବା ପରେ ଭାରତୀୟ ଟଙ୍କା ୨୩ ପଇସା ଶକ୍ତିଶାଳୀ ହୋଇଥିଲା।