ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡକୁ ନେଇ ଆଜି ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଛି । ବିଜେପି ସାଂସଦ ରୂପା ଗାଙ୍ଗୁଲୀ ଏହି ପ୍ରସଙ୍ଗ ଉଠାଇ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଥିଲେ । ଭାବବିହ୍ୱଳ ହୋଇ ରୂପା ଗାଙ୍ଗୁଲୀ କହିଛନ୍ତି ଯେ, ‘ପଶ୍ଚିମବଙ୍ଗ ଲୋକ ଆଉ ବଞ୍ଚିବା ଅବସ୍ଥାରେ ନାହାନ୍ତି । ସେଠାରେ ଜଣେ ଜଣେ ଲୋକ ପଳାୟନ କରୁଛନ୍ତି । ଆମକୁ ବଙ୍ଗଳାରେ ରାଷ୍ଟ୍ରପତି ଶାସନ ଦରକାର । ଆମେ ବଙ୍ଗଳାରେ ଜନ୍ମ ନେଇ କୌଣସି ଅପରାଧ କରିନାହୁଁ ।
ରୂପା ଗାଙ୍ଗୁଲୀ ଆହୁରି କହିଛନ୍ତି ଯେ, ଯେଉଁମାନେ ପଶ୍ଚିମବଙ୍ଗରେ କିଛି କହିପାରୁ ନାହାନ୍ତି ସେମାନେ କ’ଣ ଭିତରେ ଭିତରେ କାନ୍ଦୁ ନଥିବେ । ପଶ୍ଚିମବଙ୍ଗ ସରକାର ହତ୍ୟାକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛି । ସେଠାରେ ଦିନ ଦ୍ୱିପ୍ରହରେ ଗୁଳିର ଶଦ୍ଦ ଶୁଣିବାକୁ ମିଳୁଛି । ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି ବଞ୍ଚିଥିବା ଲୋକଙ୍କୁ ସରକାର ଖୋଜିକି ମାରୁଛି ।