ଚଳନ୍ତା ବସରେ ନିଆଁ

ନବରଙ୍ଗପୁର,ଏନ୍ଏନ୍ଏସ୍ସର୍ଟସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବାବେଳେ ସେଥିରେ ଥିବା ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ ଚକାଡୋଳା ବସଟି ଭୁବନେଶ୍ୱରରୁ ଜୟପୁର ଯାଉଥିବାବେଳେ ନବରଙ୍ଗପୁର ସହର ଠାରୁ ୨କିଲୋମିଟର ଦୂରରେ ଥିବା ସର୍କିଟ ହାଉସ ନିକଟରେ ବସରେ ନିଆଁ ଲାଗିଯାଇଥିଲା। ଫଳରେ ପ୍ରବଳ ଧୂଆଁ ବାହାରିଥିଲା। ବସରେ ଧୂଆଁ ଜମା ହୋଇଯିବା ଦେଖି ଯାତ୍ରୀମାନେ ବସକୁ ଅଟକାଇ ବସରୁ ପଦାକୁ ବାହାରି ଆସିଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ବସଟିର ଆଗପଟଇଞ୍ଜିନରେ ସର୍ଟସର୍କିଟ ଯୋଗୁଁ ଏପରି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।