ଭୁବନେଶ୍ୱରରେ ଏକତା ପାଇଁ ଦୈଡ଼ କାର୍ଯ୍ୟକ୍ରମ, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରରେ ଏକତା ଦୈଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ରେଳବାଇ ଷ୍ଟାଡ଼ିୟମରୁ ସକାଳ ୬ଟା ୩୦ରୁ ଗଣ ଦୈଡ଼ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗ ଓ ବୟସର ଲୋକ ସାମିଲ ହୋଇଥିଲେ।


ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ବିକାଶ, ଭାରତର ଶିକ୍ଷା ଓ ଭାରତର ସ୍ୱାସ୍ଥ୍ୟରେ କିପରି ସମସ୍ତଙ୍କୁ ଏକ କରାଯାଇ ପାରିବ ସେ ନେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବହୁ ପୂର୍ବରୁ ଚିନ୍ତା କରିଥିଲେ ଓ ଆଜି ତାଙ୍କର ଏହି ଆଶା ସାକାର ହୋଇଛି ବୋଲି ସେ କହିଥିଲେ। ଏଥିସହ ଯଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଦାୟିତ୍ୱ ଦିଆଯାଇଥାନ୍ତା ତେବେ ଆଜି ଭାରତ ଏକ ନମ୍ବରରେ ଥାନ୍ତା ବୋଲି ସେ କହିଛନ୍ତି।


ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ବିରଷ୍ଠ ନେତାମାନେ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିଛନ୍ତି।

ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ରନ୍ ଫର ୟୁନିଟିକୁ ଆଧାର କରି ଏକ ବାଲୁକା କଳାକୃତି ପ୍ରସ୍ତୁତ କରିଛନ୍ତି।