ଯାଜପୁରରୁ ଦ୍ୱିତୀୟ କରୋନା ପଜିଟିଭ ପରେ କଡ଼ାକଡ଼ି ହେଲା ନିୟମ..

ଯାଜପୁର,ଏନ୍ଏନ୍ଏସ୍: ଯାଜପୁରରେ ପୁଣି କଡାକଡି ହେଲା ଲକ ଡାଉନ। ଦ୍ୱିତୀୟ କୋରୋନା ଚିହ୍ନଟ ପରେ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଗତ ଦୁଇଦିନ ତଳେ କୋହଳ ହୋଇଥିବା ତାଲା ବନ୍ଦ। ପୁଣିଥରେ କଡାକଡା ହୋଇଛି ନିୟମ। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବହି ଦୋକାନ, ଗ୍ୟାରେଜ ଏବଂ ବିଦ୍ୟୁତ ମରାମତି ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲେ ଜିଲ୍ଲାପାଳ। ଯେଉଁଥିପାଇଁ ସାଧାରଣରେ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ହେଲେ ମଙ୍ଗଳବାର ଯାଜପୁରରେ ପୁଣି ଜଣେ କୋରୋନା ପଜେଟିଭ ପ୍ରଶାସନର ଚିନ୍ତାକୁ ଦୁଇଗୁଣ ବଢାଇ ଦେଇଛ। ଆଜି ଜିଲ୍ଲାପାଳ ବିଦ୍ୟୁତ୍ ଉପକରଣ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସାନତ୍ରିଲୋଚନପୁର ଏବଂ ପାଖ ଗାଁ ସଇପୁର ୩ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଗାଁର ଚାରିପଟେ ସମ୍ପୂର୍ଣ ସିଲ କରାଯାଇଛି। ଗାଁକୁ ୭ ଦିନ ପାଇଁ କଂଟେନମେଂଟ ଜୋନ କରାଯାଇଥିବାରୁ ପ୍ରତିଦିନ ଗାଁକୁ ସାନିଟାଇଜ କରାଯାଉଛି।

କେବଳ ସାଇକେଲ ମରାମତି ଦୋକାନ ଖୋଲା ରହିବ। ବହି, ବିଦ୍ୟୁତ ମରାମତି ଦୋକାନ ଓ ଗ୍ୟାରେଜ କେବଳ ରବିବାର ଖୋଲା ରଖିବାକୁ କହିଛନ୍ତି ଜିଲ୍ଲାପାଳ। ସେପଟେ ଜିଲ୍ଲାରେ ଦ୍ୱିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦୁଇଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସାନ ତ୍ରିଲୋଚନପୁର, ସଇପୁର ଗାଁକୁ ବନ୍ଦ କରିଦିଆଯାଇଛି।

ଏହାସହ ଆକ୍ରାନ୍ତ ବ୍ୟକ୍ତିଙ୍କୁ କଟକ ଅଶ୍ୱିନ ହସ୍ପିଟାଲକୁ ପଠାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେ ସଂପର୍କରେ ଜିଲ୍ଲା ପ୍ରଶାସନ ଖୋଳତାଡ ଜାରି ରଖିଛି। ୨୧ଜଣ ବ୍ୟକ୍ତି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ କୋରୋନା ଲଢେଇରେ ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଦିନ ରାତି ନିଜକୁ ବାଜି ଲଗାଇ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଏଥିପାଇଁ ଆଜି ଯାଜପୁର ଜିଲ୍ଲା ପ୍ରଶାସନ ଯାଜପୁର ଟାଉନ ପୌରାଞ୍ଚଳରେ କାର୍ୟ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କ ପାଖରେ ପହଞ୍ଚି ତାଙ୍କ ମନୋବଳ ଦୃଢ କରିଥିଲେ। ଏଥିସହ ସେମାନଙ୍କୁ ମାସ୍କ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସଫେଇ କର୍ମଚାରୀଙ୍କ ନିଷ୍ଠାପର କାମକୁ ପ୍ରଶଂସା ସହ ଧନ୍ୟବାଦ ଜଣାଇଥିଲେ ଯାଜପୁର ଜିଲ୍ଲାପାଳ।