ରାଜ୍ୟ ସୀମାରେ ସୁରକ୍ଷା କଡ଼ାକଡ଼ି, ସଂଗରୋଧ କେନ୍ଦ୍ର ପରିଦର୍ଶନ କରି ଅନ୍ତେବାସୀଙ୍କୁ ଖାଦ୍ୟ ପରଶିଲେ ଜିଲ୍ଲାପାଳ ଜିଲ୍ଲା By Nitidin Last updated Apr 2, 2020 Share ରାୟଗଡା,ଏନ୍ଏନ୍ଏସ୍: ଆନ୍ଧ୍ର ଓଡ଼ିଶା ରାଜ୍ୟ ସୀମାରେ ଚାଲୁଥିବା ସଂଗରୋଧ କେନ୍ଦ୍ର ପରିଦର୍ଶନ କଲେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ଜିଲ୍ଲାପାଳ। ଏପରିକି ପୂର୍ବହ୍ଣରେ ପ୍ରସ୍ତୁତ ରନ୍ଧା ଖାଦ୍ୟ ସଂଗରୋଧ ବ୍ୟକ୍ତିଙ୍କୁ ପରଶିଲେ। ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆଜ ରେରେଡ଼ା ଠାରୁ ରାୟଗଡ଼ା ମଧ୍ୟରେ ହୋଇଥିବା ବିଭିନ୍ନି ସଂଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତ ସମୀକ୍ଷା କରିଛନ୍ତି। କରୋନା ମହାମାରୀ ସଂକ୍ରମଣ ରୋକିବା ନେଇ ଜିଲାପ୍ରଶାସନ ଦ୍ୱାର ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ସେମାନଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ଜିଲ୍ଲାପାଳ ଶ୍ରୀ ବେହେରା। ସ୍ଥାନୀୟ ପେଟଂ ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଗରୋଧକେନ୍ଦ୍ରକୁ ଜିଲାପାଳ ପ୍ରଥମେ ଗସ୍ତ କରି ଅନ୍ତେବାସୀଙ୍କୁ ଭେଟି ସମସ୍ତଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଶ୍ରୀ ବେହେରା ପଡୋଶୀ ସୀମାନ୍ତ କେରେଡାଠାରେ ପହଞ୍ଚି ସୀମା ସୁରକ୍ଷାକୁ ତନଖି କରିଥିଲେ। ଏଠାରେ ନିୟୋଜିତ ସିଆରପିଏଫ ଓ ପୁଲିସ ଯବାନଙ୍କୁ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତି ମୁହୁର୍ତରେ ଶ୍ରୀ ବେହେରା ଜିମିଡିପେଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା କରୋନା ସଂଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ଏଥିସହିତ ସ୍ଥାନୀୟ କେରେଡା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସଂଗରୋଧ କେନ୍ଦ୍ର ପରିଦର୍ଶନରେ ଯାଇ ଜିଲ୍ଲାପାଳ ଶ୍ରୀ ବେହେରା ଅନ୍ତେବାସୀଙ୍କ ସହିତ ମିଶି ଆଲୋଚନା କରିବା ସହିତ ସେମାନଙ୍କୁ ଖାଦ୍ୟ ପରଶିଥିବା ଦେଖିବାକୁ ମିଳିଥିଲା। ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସମେତ ରାଜସ୍ଥାନ ଓ ଝାରଖଣ୍ଡ ରାଜ୍ୟର ୭୦ ଜଣ ଗାଡି ଚାଳକ ଏଠାରେ ଦୀର୍ଘଦିନରୁ ଫସିଥିବା ବେଳେ ସମସ୍ତଙ୍କୁ ମିଶି କରୋନା ଠାରୁ ଦୂରେଇ ରହିବାକୁ ନିଜେ ସତର୍କ ରହିବା ସହିତ ଅନ୍ୟ ବ୍ୟକ୍ତିଙ୍କୁ ସଚେତନ କରିବା ଦ୍ୱାରା ମହାମାରୀର ମୁକାବିଲା ହୋଇପାରିବ ବୋଲି ଜିଲ୍ଲାପାଳ ଅନ୍ତେବାସୀଙ୍କୁ ପରାମର୍ଶ ଦେଇଥିଲେ। Share