ଭୁବନେଶ୍ବର,ଏନ୍ଏନ୍ଏସ୍: ପିପିଲିରେ ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥି ଭାବେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ଅବସରରେ ନିଜେ ରୁଦ୍ର ମହାରଥୀ ନବୀନ ନିବାସକୁ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଦଳୀୟ ଟିକେଟ ଆଣିଛନ୍ତି। ରୁଦ୍ରଙ୍କ ସାଙ୍ଗରେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ଏଥ ସହିତ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଓ ପ୍ରଣବ ବଳବନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ।