କରୋନା ପ୍ରଭାବିତ ରାଜ୍ୟରୁ ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ପ୍ରଭାବିତ ରାଜ୍ୟରୁ ଆସିଲେ ବାଧ୍ୟତାମୂଳକ ଭାବେ ଆରଟିପିସିଆର ଟେଷ୍ଟ ରିପୋର୍ଟ ସାଥୀରେ ଆଣିବାକୁ ପଡ଼ିବ। ଆରଟିପିସିଆର ଟେଷ୍ଟ ରିପୋର୍ଟ ନଥିଲେ ୭ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।।