ଚେକିଂ ବେଳେ ଚାପି ହୋଇଗଲେ ଆରଟିଓ କର୍ମଚାରୀ

କେନ୍ଦୁଝର ,ଏନ୍ଏନ୍ଏସ୍ : ଆରଟିଓ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଗାଡ଼ିକୁ ଚେକିଂ କରୁଥିବା ସମୟରେ ଚାପିଦେଲା ୧୪ ଚକିଆ ଏକ ଟ୍ରକ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଏନଏଚ-୨୦ ଟାଉନଥାନା ପୁରୁଣାବଜାର ବାଇପାସ୍ ପାଖରେ।

ସୂଚନା ଅନୁଯାୟୀ, ଆରଟିଓ କର୍ମଚାରୀ ଆଜି ସକାଳେ ରାସ୍ତାରେ ଚେକିଂ କରୁଥିଲେ। ସେହିବାଟ ଦେଇ ଏକ ୧୪ଚକିଆ ଟ୍ରକ ଆସୁଥିଲା। ଗାଡ଼ି ହାତ ଦେଖାଇ ଅଟକାଇବାକୁ ଚେଷ୍ଟା କରୁଥିଲେ। ହେଲେ ଟ୍ରକ ଡ୍ରାଇଭର ନମାନି ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ାଇ ଦେଇଥିଲା। ପରେ ଗାଡ଼ି ନେଇ ଘଟଣାସ୍ଥରୁ ଫେରାର ହୋଇଯାଇଛି ବୋଲି ସୂଚନା ମିଳିଛି।