ଛୁଟି ଦିନରେ ବି ଖୋଲା ଅଛି ସରକାରୀ ଅଫିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରଙ୍କ ନୂତନ ଟ୍ରାଫିକ ନିୟମ ଅନୁସାରେ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ନଥିଲେ ଭାରୀମାତ୍ରରେ ଯାତ୍ରୀଙ୍କୁ ଫାଇ ଦେବାକୁ ପଡ଼ିବ। ଏହା ପରଠାରୁ ଆରଟିଓ କାର୍ଯ୍ୟାଳୟରେ ଲୋକମାନଙ୍କର ଭିଡ ଜମିଛି। ତେବେଭାରୀମାତ୍ରାରେ ଲୋକଙ୍କ ଆଗମନରେ ଏହି କାର୍ଯ୍ୟରେ ବିଳମ୍ବ ହେଉଥିଲା। ଏନେଇ ରାଜ୍ୟ ସରକାର ସମସ୍ତ ଆରଟିଓ ଅଫିସରଛୁଟି ବାତିଲ୍‌ କରିଛନ୍ତି। ଏଣିକି ରବିବାର ମଧ୍ୟ ଆରଟିଓ ଅଫିସ ଖୋଲା ରହିବ। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ଭୂବନେଶ୍ୱରରସମସ୍ତ ଆରଟିଓ ଅଫିସ ଖୋଲା ରହିଛି । ଆଉ ଭିଡ ବି ଆରମ୍ଭ ହୋଇଛି । ସବୁଠୁ ବଡ଼ କଥା ହେଉଛି ରବିବାର ଛୁଟି ଦିନ ହୋଇଥିଲେ ବି ଆରଟିଓ ଅଫିସରେ କର୍ମଚାରୀ ଆସି କାମ କରୁଛନ୍ତି । ଲୋକଙ୍କୁ ସେବା ଦେଉଛନ୍ତି । 

ସେପ୍ଟେମ୍ୱର ୧ ତାରିଖରୁ  ସାରା ଦେଶରେ ଲାଗୁ ହୋଇଥିଲା ନୂଆ ମୋଟର ଯାନ ଆଇନ । ଏହା ବିରୋଧରେ ସାରା ରାଜ୍ୟରେ ବିରୋଧ ତେଜିବା ପରେ ମୁଖ୍ୟମନ୍ତ୍ରୀ ୩ମାସ ପାଇଁ ଏହାକୁ କୋହଳ କରିଥିଲେ । ତେବେ ଏହା ମଧ୍ୟରେ ଗାଡିର କାଗଜପତ୍ର କରାଇବାକୁ ପ୍ରତିଦିନ ଆରଟିଓ ଅଫିସରେ ଭିଡ ଦେଖିବାକୁ ମିଳୁଛି ।