ବିକଳାଙ୍ଗ ଭତ୍ତାରୁ ୩ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ଭିନ୍ନକ୍ଷମ ଜିଲ୍ଲା By Nitidin On Apr 1, 2020 Share ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ମଧ୍ୟ ସ୍ୱାର୍ଥପର ଦୁନିଆରେ ବଞ୍ଚି ରହିଛି ମାନବିକତା। କରୋନା ସଂକ୍ରମଣରେ ସାରା ବିଶ୍ୱ ପୀଡ଼ିତ ହୋଇଥିବା ବେଳେ ଏ ନେଇ ସରକାରଙ୍କ ପକ୍ଷରୁ ବେସାହାରା ଓ ଗରିବ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ର ଜଣେ ଦିବ୍ୟାଙ୍ଗ ମଧ୍ୟ ନିଜର ୪ ମାସର ବିକଳାଙ୍ଗ ଭତ୍ତା ଟଙ୍କା କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଛନ୍ତି। ଏ ନେଇ ସେ ୩ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିବା ଘଟଣାଟି ସାରା ପାଟଣାଗଡ଼ ଅଞ୍ଚଳରେ ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ପାଟଣାଗଡ଼ ସହରର ଲବ କୁମାର ଅଗ୍ରୱାଲ୍ଲା ତାଙ୍କର ବିକଳାଙ୍ଗ ଭତ୍ତା ପାଉଥିବା ୪ ମାସର ଟଙ୍କାକୁ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। Share