ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ

ବାରିପଦା, ଏନ୍ଏନ୍ଏସ୍: କୋଭିଡ଼ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର
ପଦକ୍ଷେପକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହେଉ କିମ୍ବା ଓଡିଶାରେ କୋଭିଡ଼ ପରିଚାଳନା ହେଉ, ସବୁଥିରେ ଓଡିଶା ଆଜି ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ’ ପହିଲାରୁ ରାଜ୍ୟର ୧୮ ରୁ ୪୫ ବର୍ଷର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ଼ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଏବଂ ଏ ବାବଦରେ ୨ ହଜାର କୋଟି ଟଙ୍କାର ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିଛନ୍ତି । ଓଡ଼ିଶା କୃଷି ଶିଳ୍ପ ନିଗମ କୋଭିଡ଼ ପରିଚାଳନା ଏବଂ ମାଗଣା କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ୨୦ ଲକ୍ଷ ଟଙ୍କାର ଚେକ୍ ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ପରିଚଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ପ୍ରଦାନ କରିଛନ୍ତି ।