ବଲାଙ୍ଗୀର, ଏନ୍ଏନ୍ଏସ୍: ବଲାଙ୍ଗିରରେ ଚାଷୀଙ୍କ ଠାରୁ ୨କୋଟି ଜିଏସଟି ଠକେଇ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସିନ୍ଦୁଜା ଷ୍ଟିଲ ନାଁରେ ଠକାମୀ ଅଭିଯୋଗରେ ବଲାଙ୍ଗିରର ଗାୟତ୍ରୀ ଜସୱାଲ ଓ ତାଙ୍କ ପୁଅଙ୍କୁ ଗିରଫ କରିଛି ପୁଲିସ।
ସୂଚନାଯୋଗ୍ୟ ଯେ, ଚାଷୀଙ୍କ ନାଁରେ ମିଛ କାରବାର କରି ୨ କୋଟି ଟଙ୍କା ଜିଏସଟି ଫାଙ୍କି ଥିବା ଅଭିଯୋଗ ଥିଲା । ଏହି ଘଟଣାରେ ଠକାମୀର ଶିକାର ହୋଇଥିବା ୨ ଜଣ ବିରେନ୍ଦ୍ର ଭୋଇ ଓ ସବିତା ରଣା ଦେଓଗାଁ ଥାନା ଏବଂ ସଇଁତଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଉପରୋକ୍ତ ଦୁଇଜଣଙ୍କୁ ଗିରଫ କରିଛି।