ଜେଲରୁ ଫେରି କରୁଥିଲେ ଦାଦାଗିରି, ଧରିଲା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦାଦାବଟି ଆଦାୟ ଅଭିଯୋଗରେ ଆଜି କମିସନରେଟ ପୁଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟକୁ ଗିରଫ କରିଛି। ଗିରଫ ହେବା ପରେ କ୍ୟାପିଟାଲ ଥାନାରେ ଜେରା କରୁଛି ପୁଲିସ। ସୂଚନା ଅନୁସାରେ ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ରାଜା ତା ସହଯୋଗୀଙ୍କ ସହିତ ମିଶି ଦାଦା ବଟି ଆଦାୟ କରୁଥିଲେ। ଏଥିସହିତ ସରକାରୀ ଜାଗା ଜବରଦଖଲ କରି ଦୋକାନିଙ୍କୁ ଟଙ୍କା ମାଗୁଥିଲେ। ଏହି ଘଟଣାରେ ପୁଲିସ ରାଜାଙ୍କ ସହ ୩ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ ପୁଲିସ ଏକ ଦାମୀ ବାଇକ ସହ ଶାବଳ ଓ ପଲିଥିନ ଜବତ କରିଛି।

ତେବେ ପୂର୍ବରୁ ରାଜାଙ୍କ ନାମରେ ଭିନ୍ନ ଭିନ୍ନ ଥାନାରେ ମାମଲା ରୁଜୁ ହୋଇସାରିଛି। ବିଶେଷ କରି ବିରଞ୍ଚି ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ରାଜା। ଦୀର୍ଘ ଦିନ ଜେଲରେ ରହିବା ପରେ ସୁପ୍ରିମକୋର୍ଟରୁ ଜାମିନ ପାଇ ବହାରିଥିଲେ। ସେହିପରି ଜ୍ୟୋତି ମୋଟର୍ସ କିଡନାପ ମାମଲାରେ ମଧ୍ୟ ରାଜାଙ୍କ ସମ୍ପୃକ୍ତ ଥିଲେ।