ରାଉରକେଲାରେ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା,ଏନ୍ଏନ୍ଏସ୍: ନିକଟରେ ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା ପରେ ପରେ ପୁଣି ଏଭଳି ଏକ ଘଟଣା ରାଉରକେଲା ଅଞ୍ଚଳରେ ଦେଖିବାକୁ ମିଳିଛି। ରାଉରକେଲା ଅଞ୍ଚଳରେ ଜଣେ ନାବାଳିକାକୁ ୩ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗପରେ ଉକ୍ତ ଯୁବକମାନଙ୍କୁ ପୁଲିସ ଥାନାରେ ଅଟକ ରଖିଛି। ତେବେ ଏହି ଘଟଣାରେ ପୁଲିସ ଉକ୍ତ ନାବାଳିକା ସହ ୩ଜଣ ଯୁବକଙ୍କ ଡାକ୍ତରୀ ମାଇନା କରାଇଛି। ତେବେ ରିପୋର୍ଟ ଆସିଲେ ତଦନ୍ତ ଆଗକୁ ବଢ଼ିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ ଗତ ୨୨ତାରିଖରେ ରାଉରକେଲା ସେକ୍ଟର ୭ ଥାନା ଅଞ୍ଚଳରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ସେ ପଶ୍ଚିମ ଓଡ଼ିଶାର ଏକ ପୁଅ ଜିଇଣ୍ଟିଆ ପର୍ବରେ ଯୋଗଦେବାକୁ ଯାଉଥିବାବେଳେ ଉକ୍ତ ୩ଜଣ ଯୁବକ ତାଙ୍କୁ ଏକୁଟିଆ ସ୍ଥାନକୁ ଟେକିନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ଜଣଙ୍କ ଶନିବାର ବିଳମ୍ବିତ ରାତିରେ ରାଉରକେଲା ସେକ୍ଟର ୭ ଥାନାରେ ଅଭିଯୋଗ କରିଛନ୍ତି।