ପୁଲିସ ଉପରେ ପଥରମାଡ଼ କରି : ୩୧ ଗିରଫ ଜିଲ୍ଲାଫଟୋରାଜ୍ୟ By Nitidin On Jun 2, 2020 Share ରାଉରକେଲା,ଏନ୍ଏନ୍ଏସ୍ : ଗତ ୨୬ ତାରିଖ ଦିନ ରାଉରକେଲାରେ କଣ୍ଟେନମେଣ୍ଟ ଜୋନ ଖୋଲିବା ନେଇ ମହତାବ ରୋଡ଼ରେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ବିକ୍ଷୋଭକାରୀମାନେ କଣ୍ଟେନମେଣ୍ଟ ଜୋନର ବ୍ୟାରିକେଡ ଭାଙ୍ଗିବା ସହ ପୁଲିସ ଓ ସାମ୍ବାଦିକମାନଙ୍କ ଉପରକୁ ପଥରମାଡ଼ ଓ ଆକ୍ରମଣ କରିଥିଲେ। ଏଥିରେ ୧୩ ଜଣ ପୁଲିସ ଆହତ ହୋଇଥିବା ବେଳେ ସାମ୍ବାଦିକମାନେ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ୩୧ ଜଣଙ୍କୁ ଆଜି ରାଉରକେଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଆଜି ପୁଲିସ ଜିଲ୍ଲା କାର୍ଯ୍ୟାଳୟରେ ଡିଆଇଜି କବିତା ଜଲାନ ଓ ଏସପି କେ. ଶିବା ସୁବ୍ରମଣି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୬ ତାରିଖ ଦିନ ହୋଇଥିବା ଘଟଣାରେ ପୁଲିସ ନିଜ ପକ୍ଷରୁ ୨ଟି ମାମଲା ରୁଜୁ କରି ଏହି ତଦନ୍ତ ଚଳାଇଥିଲା। ଏଥିରେ ସମ୍ପୃକ୍ତ ୩୧ ଜଣ ପ୍ରାଥମିକ ତଦନ୍ତରେ ଚିହ୍ନଟ ହୋଇଥିଲେ। ଏମାନଙ୍କ ବିରୁଦ୍ଧରେ ୧୪୭, ୧୪୮, ୯୪, ୩୦୭, ୩୯୫,୩୩୨, ୩୫୩, ୧୪୯ ଆଇପିସି, ୩(ପିଡ଼ିପିପି ଆକ୍ଟ),୩ ଏପିଡ଼େମିକ ଆକ୍ଟ, ୭ କ୍ରିମିନାଲ ଆକ୍ଟ ସମେତ ୨୦ ରୁ ଉଦ୍ଧ୍ୱର୍ ଦଫାରେ କେଶ ରୁଜୁ ହୋଇଛି। ବିକ୍ଷୋଭକାରୀମାନେ ସଂଘବଦ୍ଧ ଭାବେ କଣ୍ଟେନମେଣ୍ଟ ଜୋନରରେ ଥିବା ୮ରୁ ଉଦ୍ଧ୍ୱର୍ ସୁ ନିୟୋଜିତ ଭାବେ ବ୍ୟାରିକେଡ ଭାଙ୍ଗିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି। Share