ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡ ବିଧାନସଭାର ନୂତନ ଗୃହରେ ବାଚସ୍ପତି ନମାଜ ପଢ଼ିବା ପାଇଁ ଏକ ରୁମ୍ ଆବଣ୍ଟନ କରିଛନ୍ତି। ବିଧାନସଭା ସଚିବାଳୟ ଅନୁସାରେ ମୁସଲମାନ ବିଧାୟକଙ୍କୁ ନମାଜ ପଢ଼ିବା ପାଇଁ ଟିଡବ୍ଲୁ-୩୪୮ ନମ୍ବର ରୁମ ଦିଆଯାଇଛି। ସେଠାରେ ସେମାନେ ନମାଜ ପାଢ଼ିପାରିବେ।
ଏହି ମଧ୍ୟରେ ବିଧାନସଭା ପରିସରରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଜାଗା ଆବଣ୍ଟନ ପାଇଁ ବିଧାନସଭା ଅଧ୍ୟକ୍ଷଙ୍କ ନିକଟରେ ବିଜେପି ଦାବି କରିଛି। ପୂର୍ବ ବିଧାନସଭା ଅଧ୍ୟକ୍ଷ ତଥା ବିଜେପି ନେତା ସିପି ସିଂହ କହିଛନ୍ତି କି ‘ମୁଁ ନମାଜ ପାଇଁ ରୁମ ଦେବା ବିରୋଧରେ ନାହିଁ, କିନ୍ତୁ ଝାଡ଼ଖଣ୍ଡ ବିଧାନସଭା ପରିସରରେ ମନ୍ଦିର ମଧ୍ୟ ରହିବା ଦରକାର’। ଯଦି ବାଚସ୍ପତି ଏନେଇ ମଞ୍ଜୁରି ପ୍ରଦାନ କରନ୍ତି, ତେବେ ଆମେ ନିଜ ଖର୍ଚ୍ଚରେ ସେଠାରେ ମନ୍ଦିର ତିଆରି କରିବୁ।