ରାଞ୍ଚିରେ ରୋହିତଙ୍କ ଧୂଆଁଦାର ବ୍ୟାଟିଂ: ୨୧୨ ରନ୍ କରି ପ୍ୟାଭଲିୟନ୍ ଫେରିଲେ

ରାଞ୍ଚି,ଏଜେନ୍ସି: ରେହିତ ଶର୍ମା ଛକା ମାରି ପୁଣି ଦ୍ୱିତୀୟ ଶତକ ହାସଲ କରିଛନ୍ତି। ତେବେ ଧମାକାଦାର ବ୍ୟାଟିଂକରି ଦକ୍ଷିତ ଆଫ୍ରିକା ବିରୋଧରେ ଦ୍ୱିଶତକ ପୂରଣ କରିଛନ୍ତି।

ରବିବାର ଲଞ୍ଚ ପୂର୍ବରୁ ୧୯୯ରନ କରି ନଟ୍ ଆଉଟ୍ ଥିଲେ, ଲଞ୍ଚପରେ ଏକ ଛକା ମାରି ଶତକ ପୂରଣ କରିଛନ୍ତି। ୨୪୯ ବଲରେ ସେ ୨୦୦ ରନ୍ କରିଛନ୍ତି। ଯାହା ମଧ୍ୟରେ ରହିଛି ୨୮ ଚୌକା ଓ ୫ ଛକା । ରୋହିତଙ୍କ ଏହି ସୁପର ସୋ ବଳରେ ଭାରତ ବଡ ସ୍କୋର ଆଡକୁ ଗତିକରୁଛି । ତେବେ ଦ୍ୱିଶତକ ପୂରଣ ପରେ ପରେ ରୋହିତ ଶର୍ମା ୨୧୨ରନ୍ କରି କ୍ୟାଚ ଆଉଟ୍ ହୋଇଥିଲେ ।

ଚଳିତ ଟେଷ୍ଟ ସିରିଜରେ ରୋହିତ ଶର୍ମା ଏହି ଦ୍ୱିଶତକ ଜରିଆରେ ୫ ରନ୍ ବି ପୂରଣ କରିଛନ୍ତି । ଗୋଟିଏ ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍ କରିବାରେ ରୋହିତ ଶର୍ମା ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି । ତାଙ୍କ ପୂର୍ବରୁ ଏହି ରେକର୍ଡ ବିନୁ ମଙ୍କଡ, ବୁଦ୍ଧି କୁନ୍ଦେରନ୍, ସୁନୀଲ ଗାଭାସ୍କର ଓ ବୀରେନ୍ଦ୍ର ସେୱାଗଙ୍କ ନାଁରେ ରହିଛି।