ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ : ରୋହିତ ଓ ଈଶାନ୍ତଙ୍କ ଖେଳିବା ନେଇ ସନ୍ଦେହ

ସିଡନୀ,ଏଜେନ୍ସି: ଆଗାମୀ ୩/୪ ଦିନ ଭିତରେ ଯଦି ଈଶାନ୍ତ ଶର୍ମା ଓ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ନ ବାହାରନ୍ତି, ତା’ହେଲେ ସେମାନେ ଟେଷ୍ଟ୍ ସିରିଜରେ ଖେଳିବା ନେଇ ସନ୍ଦେହ ରହିଛି ବୋଲି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସିଡନୀରେ ପହଞ୍ଚିବା ପରେ ଏହି ଖେଳାଳିମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ସେଥିପାଇଁ ସେମାନେ ସର୍ବାଧିକ ୪ ଦିନ ଭିତରେ ଅଷ୍ଟ୍ରେଲିଆ ଗସ୍ତରେ ବାହାରିଯିବା ଉଚିତ। ରୋହିତ କୌଣସି ସୀମିତ ଓଭର୍ ମ୍ୟାଚ୍ ଖେଳିବାର ସମ୍ଭାବନା ନାହିଁ। ତେଣୁ କେବଳ ଟେଷ୍ଟ୍ ସିରିଜ ଖେଳିବାକୁ ଥିବା ରୋହିତ ଓ ଈଶାନ୍ତଙ୍କୁ ଏଥିସକାଶେ ତୁରନ୍ତ ସ୍ୱଦେଶ ଛାଡ଼ିବାକୁ ପଡ଼ିବ ବୋଲା ଶାସ୍ତ୍ରୀ କହିଛନ୍ତି। ସେହିପରି ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ-ଏ’ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍ ଖେଳିବାକୁ ହେଲେ, ଦୁଇ ଖେଳାଳିଙ୍କୁ ସୋମବାର ସୁଦ୍ଧା ଭାରତ ଛାଡ଼ିବାକୁ ପଡ଼ିବ। ଉକ୍ତ ମ୍ୟାଚ୍ଟି ଡ୍ରୁମୋନେ ଓଭାଲଠାରେ ଖେଳାଯିବ।