ଟିମ୍ ଇଣ୍ଡିଆରୁ ବାଦ୍ ପଡିଲେ ଆହତ ରୋହିତ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସ୍ ମ୍ୟାନ୍ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ୱାନଡେ ଓ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି । ଗୋଡରେ ଆଘାତ ଲାଗିବା କାରଣରୁ ରୋହିତ ଶର୍ମା ବର୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୩ ଟି ୱାନଡେ ଓ ୨ ଟି ଟେଷ୍ଟ ସିରିଜ୍ ରେ ଖେଳିପାରିବେ ନାହିଁ । ନ୍ୟୁଜିଲାଣ୍ଡ ସହ ଖେଳାଯାଇଥିବା ପଂଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ରେ ରୋହିତ ଆହତ ହୋଇଥିଲେ ।

ମାଉଂଟମୋଙ୍ଗାନି ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ରୋହିତ ଗୋଟିଏ ରନ୍ ପାଇଁ ଦୌଡୁଥିବା ବେଳେ ଗୋଡର ପେଶୀରେ ଆଘାତ ଲାଗିଥିଲା । ୪୧ ବଲ୍ ରେ ୬୦ ରନ୍ କରିଥିବା ବେଳେ ସେ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ ।ୱାନଡେ ସିରିଜ୍ ରେ ରୋହିତଙ୍କ ବଦଳରେ ମୟଙ୍କ ଅଗ୍ରୱାଲ ଖେଳିବେ । ତେବେ ଟେଷ୍ଟ ସିରିଜ୍ ରେ ତାଙ୍କ ସ୍ଥାନ କିଏ ନେବ ତାହା ଘୋଷଣା ହୋଇନାହିଁ।