ଆଫଗାନିସ୍ତାନ କନ୍ଦାହାର ଏୟାରପୋର୍ଟରେ ହମଲା: ଲଗାତାର ୩ଟି ରକେଟ୍ ମାଡ, ସମସ୍ତ ବିମାନ ବାତିଲ୍

ଆଫଗାନିସ୍ତାନ,ଏଜେନ୍ସି: ତାଲିବାନ ଦ୍ୱାରା ପ୍ରଭାବିତ ଆଫଗାନିସ୍ତାନ ଉପରେ ଆକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୂଚନାନୁସାରେ, ଦେଶର କନ୍ଦାହାର ବିମାନବନ୍ଦରକୁ ରକେଟ୍ ଆକ୍ରମଣ କରାଯାଇଛି। ନ୍ୟୁଜ୍ ଏଜେନ୍ସି ଏଏଫପି ଏହି ଘଟଣା ବିଷୟରେ ସୂଚନା ଦେଇଛି।

ସୂଚନା ଅନୁସାରେ କନ୍ଦାହାର ବିମାନବନ୍ଦରରେ ୩ଟି ରକେଟ୍ ମାଡ କରାଯାଇଛି। ସେଥିମଧ୍ୟରୁ ଦୁଇଟି ରନୱେରେ ମାଡ଼ ହୋଇଛି। ଫଳରେ ବିମାନବନ୍ଦରରୁ ସମସ୍ତ ବିମାନ ସେବା ବାତିଲ କରାଯାଇଛି। କାବୁଲର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଜଣେ ଅଧିକାରୀ ଏହି ରକେଟ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ତାଲିବାନ ସପ୍ତାହେ ଧରି କାନ୍ଦାହାର ଉପକଣ୍ଠରେ ବାରମ୍ବାର ଆକ୍ରମଣ କରି ବିଦ୍ରୋହୀମାନେ ପ୍ରାଦେଶିକ ରାଜଧାନୀ ଦଖଲ କରିବାକୁ ଯାଉଛନ୍ତି ବୋଲି ଆଶଙ୍କା ସୃଷ୍ଟି କରିଛି।

ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ। କନ୍ଦାହାର ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର। ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ, ଏହା ବିମାନ ବନ୍ଦରରୁ ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ପଠାଇବାରେ ମଧ୍ୟ ବ୍ୟବହୃତ ହୁଏ। ସେଥିପାଇଁ ତାଲିବାନ ଏହି ବିମାନବନ୍ଦରକୁ କବଜା କରି ଆଫଗାନିସ୍ତାନ ସେନାକୁ ଦୁର୍ବଳ କରିବା ପାଇଁ ଏପରି ଆକ୍ରମଣ କରୁଛି। ଗତ ୨-୩ ସପ୍ତାହ ମଧ୍ୟରେ ତାଲିବାନ ଏହି ଅଞ୍ଚଳରେ ଆକ୍ରମଣ ବଢାଇଛି।