ଇସ୍ରାଏଲରେ ପାଲେଷ୍ଟାଇନର ରକେଟ୍ ହମଲା ଘଟଣା, ବର୍ଷିଲେ ପିଏମ

ଇସ୍ରାଏଲ,ଏଜେନ୍ସି: ଇସ୍ରାଏଲରେ ପାଲେଷ୍ଟାଇନର ବଡ ଧରଣର ରକେଟ ହମଲା କରିଛି। ଫଳରେ ଏଥିରେ ଜଣେ ଭାରତୀୟ ମହିଳାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ୨୮ ମୃତକଙ୍କ ମଧ୍ୟରେ ୧୦ ଶିଶୁ ଥିବା ସୂଚନା ରହିଛି। କେବଳ ସେତିକି ନୁହେଁ ରିପୋର୍ଟ ମୁତାବକ ଏଥିରେ ପ୍ରାୟ ୧୫୨ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ସେନା କହିବା ଅନୁଯାୟୀ, ସେ ଗାଜାରେ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଜିହାଦର ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି।

ନିହତ ଆତଙ୍କବାଦୀ କମାଣ୍ଡରଙ୍କୁ ସାମହ-ଅଲ-ମାମଲୁକ ବୋଲି ଜଣା ପଡିଛି। ଯିଏ ଇସଲାମିକ ଜିହାଦର ରକେଟ ୟୁନିଟର ମୁଖ୍ୟ ଥିଲେ। ଏହି ଆକ୍ରମଣରେ ମାଓବାଦୀ ସଂଗଠନର ଅନ୍ୟ ବଡ ମାଓବାଦୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସେନା କହିଛି। ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଆତଙ୍କବାଦୀ ଗୋଷ୍ଠୀ ଗାଜାରେ ଇସ୍ରାଏଲକୁ ରକେଟ୍ ଫିଙ୍ଗିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

ଇସ୍ରାଏଲରେ ପାଲେଷ୍ଟାଇନର ରକେଟ ଆକ୍ରମଣ ପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ କହିଛନ୍ତି ପାଲେଷ୍ଟାଇନକୁ ଏଥିପାଇଁ ଭୟଙ୍କର ପରିଣାମ ଭୋଗ କରିବାକୁ ପଡିବ। କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଏହା ଇସ୍ରାଏଲ୍ ଅଞ୍ଚଳରେ କ୍ଷେପଣାସ୍ତ୍ର ପଠାଇ ନିଜର ସବୁ ସୀମା ପାର କରିଛ। ଦେଶ ଉପରେ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରିବେ ନାହିଁ। ଯିଏ ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବ, ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ ବୋଲି ପିଏମ କହିଛନ୍ତି।