ରୋବୋଟ ସୋଫିଆକୁ ପରିବେଶ ଚିନ୍ତା

ଭେପାଲ,ଏଜେନ୍ସି: ବିଶ୍ୱର ପ୍ରଥମ ରୋବୋଟ ନାଗରିକ ସୋଫିଆକୁ ବର୍ତ୍ତମାନ ପରିବେଶ ଚିନ୍ତା ଘାରିଛି। ବିଗୁଡ଼ୁଥିବା ପରିବେଶ ସନ୍ତୁଳନକୁ ଦୃଷ୍ଟିରେ ରଖି ସୋଫିଆ ସଚେତନତାର ବାର୍ତ୍ତା ପ୍ରଦାନ କରିଛି। ସେହିପରି ଏଥିରେ ଚିନ୍ତାଧାରା ପରିବର୍ତ୍ତନ କରିବା ସହିତ ଏ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ ବୋଲି ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଅର୍ନ୍ତଜାତୀୟ ରାଉଣ୍ଡ ଟେବୁଲ ସମ୍ମିଳନୀରେ ସୋଫିଆ ବକ୍ତବ୍ୟ ଦେଇଛି। ଏଥିସହ ସୋଫିଆ ମଡର୍ଣ୍ଣ ଗୀତରେ ମଧ୍ୟ ଝୁମିଥିବାର ଦେଖାଯାଇଛି।

ଭାରତ ସହିତ ବିଭିନ୍ନ ଦେଶରୁ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଶ୍ୱର ପ୍ରଥମ କୃତିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରୋବର୍ଟକୁ ହଂକଙ୍ଗର ହୋରିସନ ରୋବୋଟିକ୍ସ କମ୍ପାନୀ ପ୍ରସ୍ତୁତ କରିଛି। ୨୦୧୬ରୁ ସେଫିଆ ସକ୍ରିୟ ଥିବାବେଳେ କୃତିମ ବୈଜ୍ଞାନିକ ଭଳି ସମସ୍ତ କାର୍ଯ୍ୟ କରିବାର ସକ୍ଷମ ରହିଛି।