ବିଶ୍ଵକର୍ମା ଜୁଏଲାରୀରୁ ଦିନରେ ଡକାୟତି

ବାରିପଦା,ଏନ୍ଏନ୍ଏସ୍: ବିଶ୍ଵକର୍ମା ଜୁଏଲାରୀରୁ ଦିନରେ ଡକାୟତି, ଗୁଳିମାଡ଼ରେ ବାପା ଧୃବଚରଣ ମହାରଣା ଏବଂ ଏସିଡ୍ ମାଡ଼ରେ ପୁଅ ରାମଚନ୍ଦ୍ର ଗୁରୁତର ଭାବେ ଆମ୍ରୀ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଜନସାଧାରଣଙ୍କ ମାଡ଼ରେ ତିନି ଡକାୟତ ଗୁରୁତର ହୋଇଛନ୍ତି। ଏମାନେ ପୋଲିସ ହେପାଜତରେ ବାରିପଦାରେ ଚିକିତ୍ସିତ ହେଉଛନ୍ତି । ଦଶ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗହଣା ଲୁଟ୍। ଆଉ ତିନି ଜଣ ଡକାୟତ ପୋଲିସ ଭୟରେ ନିଜାମପୁର ସ୍ଥିତ ଲଙ୍କାପଡା ମଠ ବାଡ଼ିରେ ଲୁଚିଥିବାବେଳେ ବାରିପଦା ଏସପି ସମେତ ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ଖୋଜି ଚାଲିଛନ୍ତି।