ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଟିଏମ୍ ରୁ ବ୍ୟାଟେରୀ ଚୋରୀ ବେଳେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ମଞ୍ଚେଶ୍ୱର ଏସ୍ବିଆଇ ଏଟିଏମରୁ ବ୍ୟାଟେରୀ ଚୋରି ବେଳେ କାବୁ କରିଛି ପୁଲିସ।
ସିସିଟିଭିରେ ବ୍ୟାଟେରୀ ଚୋରୀ ହେବାର ଦୃଶ୍ୟ କଏଦ ହୋଇଥିଲା। ଏହା ପରେ ଆକ୍ସନ ମୋଡ଼୍ କୁ ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଥିଲା। ଏପରିକି ଲିଙ୍ଗିପୁର ଏଟିଏମ୍ ତାଡ଼ି ଲୁଟ୍ ଘଟଣା ସହ ଲିଙ୍କ ନେଇ ଖୋଳତାଡ଼ କରାଯାଉଛି।
ସୁଚନା ଅନୁସାରେ ଦିନକୁ ଦିନ ଠକେଇ କାର୍ଯ୍ୟ ବଢୁଥିବା ବେଳେ ପୋଲିସ୍ ଆଖିରେ ଧୂଳି ଦେଇ ଲୁଟେରା ଦିନ ଦି’ ପହରରେ ଲୁଟ୍ କରୁଥିବା ଜଣାପଡ଼ିଛି।