ବଡ଼ମାଲ ପୁଲିସ ଓ ବେଦାନ୍ତ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବଡ଼ମାଲ ପୁଲିସ ଓ ବେଦାନ୍ତର ମିଳିତ ଉଦ୍ୟମରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି। ଏହି ଅବସରରେ ଏକ ସଭା ଓ ବାଇକ ରାଲି ଆୟୋଜିତ ହୋଇଛି। ବାଇକ ରାଲି କରି ବଡ଼ମାଲ ପୁଲିସ ସଡ଼କ ସୁରକ୍ଷା ଓ ବିଭିନ୍ନ ଟ୍ରାଫିକ ନିୟମ ବାବଦରେ ଲୋକଙ୍କୁ ସଚେତନ କରିଛି। ସେହିପରି ଟ୍ରାଫିକ ନିୟମ ପାଳନ କରି ଯାତାୟାତ କରୁଥିବା ଲୋକଙ୍କୁ ଚକଲେଟ ଓ ଗୋଲାପ ଫୁଲ ପ୍ରଦାନ କରାଯାଇଛି। ଏହାସହ ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ବାଇକ ଚଲାଇବା ସମୟରେ ସର୍ବଦା ହେଲମେଟ୍ ବ୍ୟବହାର, ଚାରିଚକିଆ ଯାନ ଚଲାଇବାବେଳେ ସିଟ ବେଲ୍ଟ ପିନ୍ଧିବା, ୧୮ ବର୍ଷରୁ କମ୍ ବୟସର ପିଲାମାନେ ଯାନବାହନ ଚଳାଚଳ ନ କରିବା, ରାସ୍ତାକଡ଼ରେ ବେଆଇନ ଗାଡ଼ି ପାର୍କିଂ ନକରିବା, ନିଶାଦ୍ରବ୍ୟ ବ୍ୟବହାର କରି ଗାଡ଼ି ନ ଚଳାଇବା, ଯେକୌଣସି ଯାନାବାହାନ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସହିତ ଅନ୍ୟାନ୍ୟ ପ୍ରମାଣପତ୍ର ନିଜ ପାଖରେ ରଖିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ଏବଂ ହେଡଫୋନ ବ୍ୟବହାର ନକରି ସମସ୍ତ ଟ୍ରାଫିକ ନିୟମ ପାଳନ କରିବା ପାଇଁ ବଡ଼ମାଲ ପୁଲିସ ଓ ବେଦାନ୍ତ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ଏହି ଅବସରରେ ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା, ବଡ଼ମାଲ ଥାନାର ସମସ୍ତ ଷ୍ଟାଫ ଓ ବେଦାନ୍ତ କର୍ତୃପକ୍ଷ ଉପସ୍ଥିତ ଥିଲେ।