ସଦର ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସଦର ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏନଏଚ-୪୯ରେ ଯାତାୟାତ କରୁଥିବା ଲୋକଙ୍କୁ ସଡ଼କ ସୁରକ୍ଷା ଓ ବିଭିନ୍ନ ଟ୍ରାଫିକ ନିୟମ ବାବଦରେ ପୁଲିସ ପକ୍ଷରୁ ସଚେତନ କରାଯାଇଛି। ଟ୍ରାଫିକ ନିୟମ ପାଳନ କରି ଯାତାୟାତ କରୁଥିବା ଲୋକଙ୍କୁ ଚକଲେଟ ଓ ଗୋଲାପ ଫୁଲ ପ୍ରଦାନ କରାଯାଇଛି। ସେହିପରି ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ବାଇକ ଚଲାଇବା ସମୟରେ ସର୍ବଦା ହେଲମେଟ୍ ବ୍ୟବହାର, ଚାରିଚକିଆ ଯାନ ଚଲାଇବାବେଳେ ସିଟ ବେଲ୍ଟ ପିନ୍ଧିବା, ୧୮ ବର୍ଷରୁ କମ୍ ବୟସର ପିଲାମାନେ ଯାନବାହନ ଚଳାଚଳ ନକରିବା, ରାସ୍ତାକଡ଼ରେ ବେଆଇନ ଗାଡ଼ି ପାର୍କିଂ ନକରିବା, ନିଶାଦ୍ରବ୍ୟ ବ୍ୟବହାର କରି ଗାଡ଼ି ନଚଳାଇବା, ଯେକୌଣସି ଯାନାବାହାନ ଚାଳକଙ୍କ ଡ୍ରଇଭିଂ ଲାଇସେନ୍ସ ସହିତ ଅନ୍ୟାନ୍ୟ ପ୍ରମାଣପତ୍ର ନିଜ ପାଖରେ ରଖିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ଏବଂ ହେଡଫୋନ ବ୍ୟବହାର ନକରି ସମସ୍ତ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସଦର ପୁଲିସ ପକ୍ଷରୁ ସଚେତନ କରାଯାଇଛି। ଏହି ସମୟରେ ସଦରଥାନା ଅଧିକାରୀ ସୁଚିସ୍ମିତା ମହାନ୍ତି ଓ ସଦର ଥାନାର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ।