ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ସାରା ଓଡ଼ିଶାର ଏକ ନମ୍ବର ଡିଭିଜନ ହୋଇଥିଲେ ମଧ୍ୟ ଏହି ଡିଭିଜନର ହଜାର ହଜାର କର୍ମଚାରୀଙ୍କ ବନ୍ଧେଇ ଶ୍ରମିକମାନଙ୍କର ପିଲାମାନଙ୍କର ପାଠପଢ଼ା ବିବାହ ଖର୍ଚ୍ଚ ଠିକ ସମୟରେ ମିଳୁନଥିବାରୁ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଗତ ୨ତାରିଖରେ ପାଟଣାଗଡ କେନ୍ଦୁପତ୍ର ଅଫିସ ଘେରାଉ କରିଥିଲେ। ଏହି ପରିପ୍ରେକ୍ଷୀରେ ୧୧ ଦଫା ଦାବିପତ୍ର ପ୍ରଦାନ କରିଥିଲେ।
ପାଟଣାଗଡ ଡିଭିଜନରେ ୩୪ଟି ଫଡ଼ିଘର ଓ ଗୋଟିଏ ରେଞ୍ଜ ଉଠାଇ ଦେବାର ପ୍ରତିବାଦରେ ସଂଘର ସଭାପତି କିଶୋର ପରିଚ୍ଛାଙ୍କ ନେତୃତ୍ୱରେ ଘେରାଉ ହୋଇଥିଲା। ମାତ୍ର ଏହି ଦାବିଗୁଡ଼ିକ ପୂରଣ ନ ହେବାରୁ ଆଜି ସମସ୍ତ କେନ୍ଦୁପତ୍ର କର୍ମଚାରୀ ମାନେ ପାଟଣାଗଡ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ରହି ରାସ୍ତାରୋକ କରିଛନ୍ତି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ଗାଡି ଚଳାଚଳ ବନ୍ଦ ରହିଛି। ସେମାନେ ଦାବି କରିଛନ୍ତି ଯେ ଯଥା ଶୀଘ୍ର ପିସିସିଏଫ ପ୍ରଭାକର ବେହେରାଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଉ ବୋଲି ସଂଘର ସଭାପତି କିଶୋର ପରିଛା କହିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି।