ରଖେ ହରି ତ’ ମାରେ କିଏ : ଅଳ୍ପକେ ବର୍ତ୍ତିଗଲେ ସପରିବାର

ରାଉରକେଲା, ଏନ୍ଏନ୍ଏସ୍: କଥାରେ ଅଛି ଯାହାକୁ ରଖିବେ ଅନନ୍ତ… ଆଜି ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି। ରାଉରକେଲାରୁ ଏକ ପରିବାର ଆଜି ସକାଳୁ ନିଜ ପିତୃଗ୍ରାମ ଉତ୍ତରପ୍ରଦେଶକୁ ବାହାରିଥିଲେ। ତେବେ କୁତ୍ରା ନିକଟରେ ଭୟଙ୍କର ଦୁର୍ଘଟଣାର ଶୀକାର ହୋଇଥିଲା। କିନ୍ତୁ ସୌଭାଗ୍ୟକ୍ରମେ ଅଳ୍ପକେ ସପରିବାର ବର୍ତ୍ତିଯାଇଥିଲେ। ଫଳରେ ଏହା ଈଶ୍ୱରଙ୍କ ଆଶୀର୍ବାଦ ବୋଲି ଆଲେଚାନ ହେଉଛି। ସୂଚନା ଅନୁସାରେ ଆଜି ସକାଳୁ ରାଉରକେଲାରୁ ଦେବେନ୍ଦ୍ର ସିଂ କୁହ୍ଲାର(୩୬) ନିଜ ପତ୍ନୀ ଆରତି ଓ ଝିଅ ଆର୍ଯ୍ୟା (୭)ଙ୍କ ସହ ପୈତୃକ ଗ୍ରାମ ଉତ୍ତରପ୍ରଦେଶ ସିଂରୋଲା ଅଭିମୁଖେ ଯାତ୍ରା କରିଥିଲେ। ହୁଣ୍ଡାଇ କ୍ରେଟିଆ କାର୍ ( ଓଡି-୧୪ଏସ୍-୦୩୬୯)ରେ ରାଉରକେଲାରୁ ବାହାରି ରାଞ୍ôଚ ରୋଡ୍ ଧରିବାକୁ ଯାଉଥିବା ବେଳେ କୁତ୍ରା ବିଜୁ ଏକ୍ସପ୍ରେସ ୱେ ନିକଟରେ ଏକ ଟ୍ରକ୍ (ଓଆର-୧୬ସି-୪୦୪୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା। କାର୍ଟି ଉପରେ ଟ୍ରକ ଚଢ଼ିଯାଇଥିଲା। କାର୍ ସମ୍ପୂର୍ଣର୍ ଭାବେ ନଷ୍ଟ ହୋଇଯାଇଥିବା ବେଳେ ସେଥିରେ ସବାର ସପରିବାରର ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଥିଲେ। ରାଜଗାଙ୍ଗପୁର ଠାରୁ ଅନତି ଦୂରରେ ଥିବା କୁତ୍ରା ପୁଲିସ୍ ଏହି ପରିବାରକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।