ଟ୍ୟାଙ୍କର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପାରାଦୀପ, ଏନ୍ଏନ୍ଏସ୍ : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଳାଗିଛି। ଏଥିରେ କେତେ ନୀରିହ ଜୀବନ ବଳି ପଡ଼ିଯାଉଛି ତ ଆଉ କାହାର ସଂସାଂର ଉଜୁଡ଼ି ଯାଉଛି। ବୁଧବାର ସକାଳେ ଏକ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ପରେ ଛାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାଟି ଘଟିଛି ପାରାଦୀପ ମନ୍ତ୍ରୀପାଟଣା ଛକ ନିକଟରେ। ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଟକ-ପାରାଦୀପ ରାସ୍ତା ଅବରୋଧ କରାଯାଇଛି।
ସୂଚନା ଅନୁଯାୟୀ, କଟକ ପାରାଦୀପ ମନ୍ତ୍ରୀପାଟଣା ଛକ ନିକଟରେ ବାଇକ ଆରୋହୀ କୌଣସି କାମରେ ଯାଉଥିଲେ। ହେଲେ ଏକ ଟ୍ୟାଙ୍କର ଆସି ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ପାଖରେ ଯାଉଥିବା ଛାତୀଙ୍କ ଉପରେ ଟ୍ୟାଙ୍କର ଆସି ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି। ମୃତ ଛାତ୍ରୀଙ୍କ ନାଁ ପୂର୍ଣ୍ଣିମା ବେହେରା। ଗୁରୁତର ଅବସ୍ଥାରେ ବାଇକ ଆରୋହୀଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମଳିଛି। ଘଟଣାସ୍ଥଳରେ ପୁଲିସ ପହଂଚି ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଲୋକଙ୍କୁ ବୁଝାସୁଝା କରୁଛନ୍ତି ବୋଲି ସୂଚନା ମିଳିଛି।