ଦୁର୍ଘଟଣାରେ ଜଳିଗଲା ଟ୍ରକ୍ ବାଇକ୍ : ୧ ମୃତ

ଦେବଗଡ, ଏନ୍ଏନ୍ଏସ୍ : ଦେବଗଡ ଥାନା ଅନ୍ତର୍ଗତ ତିଲେଇବଣୀ -କୁଚିଣ୍ଡା ୫୩ ନଂ ଜାତୀୟ ରାଜପଥରେ ଟ୍ରକ ଓ ବାଇକ ଧକ୍କା ଫଳରେ ଜଣେ ବାଇକ ଆରୋହୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ପରେ ଉଭୟ ଟ୍ରକ ଓ ବାଇକ ଜଳି ଯାଥିବା ଜଣା ପଡିଛି।

ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ବିଲେଇଘଟିଗ୍ରାମର ଭୁକୁଲୁ ବାଘ (୪୦)ନାମକ ଜଣେ ଯୁବକ ନିଜ ଗ୍ରାମରୁ କୁଚିଣ୍ଡା ପଟକୁ ଯାଉଥିବା ସମୟରେ ଜଡାଗୋଳା ଗ୍ରାମଛକ ନିକଟରେ ବାଇକ ଆରୋହୀ କୁ ପଛପଟୁ ଆସୁଥିବା ଏକ ମାଲ ବୋଝୋଇ ଟ୍ରକ ପଛପଟୁ ଧକ୍କାଦେବା ସହ ବାଇକ କୁ ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀର ମୃମ୍ୟୁ ଘଟିଥିବାବେଳେ ଘୋଷାଡି ହୋଇଥିବା ବାଇକରେ ନିଆଁ ଲାଗିଯିବା ସହ ଏହି ନିଆଁରେ ଟ୍ରକଟି ମଧ୍ୟ ଜଳିଯାଇଥିଲା । ସ୍ଥାନୀୟ ଲୋକଙ୍କୁ ଠାରୁ ସୂଚନା ପାଇ ଦେବଗଡ ଥାନା ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଚିଂ ନିଆଁକୁ ଆୟତ କରିଥିଲେ । ସେହିପରି ଟ୍ରକ ଚାଳକ ଦୁର୍ଘଟଣା ପରେ ଫେରାର ଇଯାଇଥିବାବେଳେ ସ୍ତାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ରୋକକରି ମୃତକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରିଥିଲେ ।