ଯାଜପୁର,ଏଜେନ୍ସି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ। ୮ ଜଣ ଗୁରୁତର। ଏନ୍ଏଚ୍-୫୩ ଚଣ୍ଡିଖୋଲ – ପାରାଦ୍ୱୀପ ଜାତୀୟ ରାଜପଥର ଚାରିନଙ୍ଗଳ ଠାରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ ଏକ ପିକଅପ ଗାଡି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ଏକ ଟ୍ରକ ସହ ଧକା ହୋଇଥିଲା। ଯାହା ଫଳରେ ପିକଅପ ଡ୍ରାଇଭରଙ୍କ ସହ ଗାଡି ପଛପଟେ ବସିଥିବା ମୋଟ ୯ ଜଣକ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି।
ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ବାଲିଚନ୍ଦ୍ରପୁର ଅଂଚଳରୁ ସୁଖୁଆ ନେଇ ଗାଡିଟି ପାରାଦ୍ୱୀପ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା। ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି।