ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପ୍ରାଣ ହରାଇଲେ ସ୍କୁଟି ଚାଳକ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା କଟିକଟା ବ୍ଲକ୍ ସିଉଡ଼ି ନିକଟ ୧୪୩ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ତେବେ ଏହି ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକର ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ନିଜ ବନ୍ଧୁ ଘରକୁ ସ୍କୁଟିରେ ଯାଉଥିଲେ। ତେବେ ଏହି ସମୟରେ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ ଏକ ଇନୋଭା ଏକ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏହି ଧକ୍କାରେ ସ୍କୁଟି ଚାଳକ ଜଣଙ୍କ ମଝିରେ ଫଶି ଯାଇଥିଲେ। ତାଙ୍କୁ ଆଗପଟୁ ଧକ୍କା ଦେଇଥିଲା। ଏହି ପରିପ୍ରେକ୍ଷୀରେ ମଝିରେ ଫଶି ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ଘର ଅନୁଗୁଳ ବୋଲି ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇବା ସହ ଗାଡ଼ିଗୁଡ଼ିକୁ ଜବତ କରିଛି।