ସଡ଼କ ଦୁର୍ଘଟଣାରେ ୨ ମୃତ

ଯାଜପୁର, ଏନ୍ଏନ୍ଏସ୍ : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ କେତେ ନୀରିହ ଜୀବନ ମଧ୍ୟ ବଳି ପଡ଼ୁଛି ଓ କାହାର ସଂସାର ଭାସିଯାଉଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଏନ, ଏଚ୍-୧୬ ବାରବାଟୀ ନିକଟରେ। ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ବାଇକରେ ଆସୁଥିବା ସମୟରେ ଧକ୍କାଦେଲା ଏକ ଅଜଣା ଗାଡି। ଫଳରେ ବାଇକରୁ ଖସି ପଡ଼ିଲେ ଉଭୟ। ଅଜଣା ଗାଡି ତାଙ୍କ ଉପରେ ମାଡ଼ି ଘଟଣାସ୍ଥଳରୁ ଚାଲିଯାଇଥିବା ସୂଚନା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଉତେଜନା ଦେଖାଯାଇଥିବାରୁ ଧର୍ମଶାଳା ପୁଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଛି ।