ଯୋଧପୁର-ଜୈସଲମର୍‌ ରାସ୍ତାରେ ମିନି ବସ୍‌-ବୋଲେରୋ ଦୁର୍ଘଟଣା: ୧୫ ମୃତ, ୭ ଗୁରୁତର

ଯୋଧପୁର: ରାଜସ୍ଥାନର ଯୋଧପୁର-ଜୈସଲମର୍‌ ରାସ୍ତାରେ ଏକ ବୋଲେରୋରେ ମିନି ବସ୍‌ ଧକ୍କା ହେବା ପରେ ଜଣେ ଶିଶୁ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣ ପୁରୁଷ ଓ ୬ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ୮ ଜଣ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଦୁଇ ଗାଡ଼ି କିପରି ଭାବେ ପରସ୍ପରକୁ ଧକ୍କା ଦେଲେ ତାହା ଏପର‌୍ୟ୍ୟନ୍ତ ଜଣାପଡ଼ି ନାହିଁ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ବସ୍‌ଟି ଝନଓ୍ଵର ଯିବା ବାଟରେ ବୋଲୋରଟି ବିପରୀତ ଦିଗରୁ ଆସି ଧକ୍କା ଦେଇଥିଲା। ଘଟଣା ଘଟିବା ପରେ ସ୍ଥାନୀୟ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବେଲେଶ୍ୱରରେ ଥିବା ନିକଟସ୍ଥ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ୧୫ ଜଣଙ୍କୁ ମୃତ ଘୋଷଣା କରିଥିଲେ।