ବସ-ଟ୍ରକ ମୁହାଁମୁହିଁ : ୧୪ ଆହତ

ନୀଳଗିରି, ଏନ୍ଏନ୍ଏସ୍ : ଯାତ୍ରୀବାହୀ ବସ୍ – ଟ୍ରକ ମୁହାଁମୁହିଁ ଧକ୍କା, ୧୪ ଆହତ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳ ତେଲିପାଳ ଆଶ୍ରମ ସ୍କୁଲ ନିକଟରେ। ୧୪ ଆହତମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥ ସଂଙ୍କଟାପନ୍ନ । ସ୍ଥାନୀୟ ଲୋକେ ସ୍ଥାନୀୟ ଟାକ୍ତରଖାନାରେ ନେଇ ଭର୍ତି କରିଛନ୍ତି ବୋଲି ସୂଚନା ମିଳିଛି। ବାଲେଶ୍ୱରରୁ ଉଦଲା ଯାଉଥିବା ସମୟରେ ଏକ ଘରୋଇ ବସ ଦୁର୍ଘଟଣା ହୋଇଥିଲା ଟ୍ରକ ସାଥିରେ। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ସହ ପାଟିତୁଣ୍ଡ ହୋ ହାଲ୍ଲା ଲାଗିରହି ଉତେଜନା ଦେଖାଦେଇଛି। ଘଟଣାସ୍ଥଳରେ ପୁଲିସ ପଂହଚି ବୁଝାସୁଝା କରୁଥିବା ସୂଚନା ମିଳିଛି।