ଦଶାହ କାର୍ଯ୍ୟକୁ ଆସି ଚାଲିଗଲା ଜୀବନ

ବାଲିଗୁଡା, ଏନ୍ଏନ୍ଏସ୍ : ମହାଶିଙ୍ଗି ନିକଟରେ ମର୍ମନ୍ତୁତ ସଡକ ଦୁୁର୍ଘଟଣାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ ଜଣେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ, କ.ନୁଆଗାଁ ପଟୁ ବାଲିଗୁଡା ଅଭିମୁଖେ ଆସୁଥିଲା ଏକ ବାଇକ। ତାଙ୍କ ସର୍ମ୍ପକୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେଇଥାନ୍ତେ। ହେଲେ ବାଲିଗୁଡା ଥାନ ମହାଶିଙ୍ଗି ନିକଟରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ଜଳେଶ୍ୱର ମଳିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା କିନ୍ତୁ ଆହତବ୍ୟକ୍ତି ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବାଲିଗୁଡା ପୁଲିସ ପହଁଚି ଶବକୁ ବ୍ୟବଛେଦ କରିବା ପାଇଁ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।