ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଖଡ଼ିଆଲ,ଏନ୍ଏନ୍ଏସ୍ : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ଏଥିରେ କାହାର ସଂସାର ଉଜୁଡ଼ି ଯାଉଛି ତ କେତେ ନୀରିହ ଜୀବନ ବଳି ପଡ଼ୁଛି। ଏମିତି ଏକ ଘଟଣା ଘଟିଛି ମୋହରା ଛକଠାରେ । ବୁଧବାର ଭୋର ସକାଳୁ ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ରାଜୁମୁଣ୍ଡା ଗ୍ରାମଠାରୁ ଦେଢ଼ କିଲୋମିଟରସ୍ଥିତ ଫୁକୁଡ଼ା ଗ୍ରାମର କିଶୋର ସାହୁ (୧୮), ଦିଲୀପ ଭୋଇ ଓ ବିକାଶ ଚିନାଗୁନ (୧୯) ଏକ ବାଇକରେ ଆସୁଥିଲେ। ସେମାନେ ବଙ୍ଗୋମୁଣ୍ଡା ଠାରେ ଅନୁଷ୍ଠିତ ଧନୁଯାତ୍ରା ଦେଖି ନିଜ ଘରକୁୁ ଫେରୁଥିଲେ। ବିକାଶ ବାଇକ ଚଳାଉଥିଲେ। ଦ୍ରୁତ ଗତିରେ ଯାଉଥିବା ବାଇକ ମୋହରା ଛକ ବୋଲାଣିଆ ସ୍ଥାନରେ ଭାରସାମ୍ୟ ହରାଇବାରୁ ବ୍ରେକରରେ ପିଟିହୋଇ ଯାଇଥିଲା। ଫଳରେ ୩ ଜଣ ଯୁବକ ବାଇକ୍‌ରୁ ଛିଟିକି ପଡ଼ିବାରୁ ସେମାନଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସେମାନେ ଅଚେତ ଅବସ୍ଥାରେ ପଡ଼ିଥିଲେ। ୍ସ୍ଥାନୀୟଲୋକେ ଉଦ୍ଧାର କରି ଖଡ଼ିଆଳ ମିଶନ ହସପିଟାଲରେ ଭର୍ତି କରିଥିଲେ। ହେଲେ ଡାକ୍ତର ଦୀଲିପ ଓ କିଶୋରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳକୁ ଖଡ଼ିଆଳ ପୁଲିସ ଏଏସଆଇ ଜିତୁ ମୋହନ ବେସ୍ରା ଶବକୁ ବ୍ୟଚ୍େଚ୍ଛଦ ପାଇଁ ପଠାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।