ସୁଶାନ୍ତଙ୍କ ମୃତ୍ୟୁ ଦିନ ରାଧିକାଙ୍କ ସହ ଘଣ୍ଟାଏ ଗପିଥିଲେ ରୀୟା

ମୁମ୍ବାଇ, ଏଜେନ୍ସି : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଦିନ ରାଧିକା ମେହତା ନାମକ ଜଣେ ମହିଳାଙ୍କ ସହ ଘଣ୍ଟାଏ କାଳ କଥା ହୋଇଥିଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତ୍ତୀ। ଏକ ଅଜଣା ନମ୍ବରରୁ ମଧ୍ୟ ରୀୟାଙ୍କ ମୋବାଇଲକୁ କଲ୍ ଆସିଥିଲା। ଅନୁମାନ କରାଯାଉଛି, ଜୁନ୍ ୧୪ ତାରିଖ ଦିନ ୧୧ଟାରୁ ୨ଟା ମଧ୍ୟରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଛି। ରାଧିକା ଓ ରୀୟା ଚକ୍ରବର୍ତ୍ତୀ ସେହିଦିନ ସକାଳ ୭.୩୮ ମିନିଟରୁ ୮ଟା ୩୮ ମିନିଟ୍ ଅର୍ଥାତ୍ ଘଣ୍ଟାଏ କାଳ କଥା ହୋଇଥିଲେ। ରୀୟାଙ୍କ କଲ୍ ଡିଟେଲସରୁ ଏହା ସ୍ପଷ୍ଟ ହୋଇଛି। ରୀୟା ୮ଟା ୮ ସେକେଣ୍ଡରେ ପୁଣି ରାଧିକାଙ୍କୁ ଫୋନ୍ କରିଥିଲେ ଓ ଦୁହିଁଙ୍କ ମଧ୍ୟରେ ୩୦ ମିନିଟ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ରୀୟା ତୃତୀୟ ଥର ପାଇଁ ୮.୩୮ ମିନିଟରେ ରାଧିକାଙ୍କ ନିକଟକୁ ଫୋନ୍ କରିଥିଲେ ଓ ଦୁହେଁ ୫ ମିନିଟ୍ ୪୧ ସେକେଣ୍ଡ କଥା ହୋଇଥିଲେ। ଘଟଣା ଦିନ ରାଧିକା ଓ ରୀୟା ୧ ଘଣ୍ଟା ୩୬ ମିନିଟରୁ ଅଧିକ ସମୟ କଥାବାର୍ତ୍ତା କରିଥିଲେ। ବର୍ଷେ ଭିତରେ ରାଧିକା ଓ ରୀୟା ପରସ୍ପରକୁ ୨୮୦ ଥର କଲ୍ କରିଥିବା ଜଣାପଡ଼ିଛି।