ମୁମ୍ବାଇ,ଏଜେନ୍ସି: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଆଜି କୋର୍ଟରେ ଜାମିନ ଆବେଦନର ଶୁଣାଣି ଥିଲା। ତେବେ ମୁମ୍ବାଇର ଏକ ସେସନ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଛି। ଏଥିସହିତ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ସେହିପରି ସାମୁଏଲ ମିରଣ୍ଡା, ଦୀପେଶ ସାୱନ୍ତ, ଜୈଦ ଓ ବସିତଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛି।
ଏଥିସହିତ କୋର୍ଟ ରାୟ ଦେଇ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଜାମିନ ମିଳିବା ଠିକ ହେବନାହିଁ। ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ରିୟା ଓ ସୌଭିକ ସେସନ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି।