ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳୀ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଋଷଭ ନ୍ୟାସନାଲ ସ୍ପୋର୍ଟସ ଆକାଡେମୀରେ ବ୍ୟାଟିଂ ଅଭ୍ୟାସ ନେଟସରେ ଆରମ୍ଭ କରି ଦେଇଛନ୍ତି । ସେ ଏବେ ଘଣ୍ଟାପ୍ରତି ୧୪୦ କିମି ବେଗର ବଲକୁ ସାମ୍ନା କରୁଛନ୍ତି । ଋଷଭ ଗତ ମାସ ଥ୍ରୋଡାନ ଜରିଆରେ ଅଭ୍ୟାସ ଆରମ୍ଭ କରି ଦେଇଥିଲେ । କିନ୍ତୁ ଗତ କିଛି ସପ୍ତାହରେ ବଲ ବେଗ ବଢ଼ାଯାଇଛି । ଦ୍ରୁତ ଗତିର ବଲକୁ ସାମ୍ନା କରିବାରେ ଋଷଭଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁନି ।
ଋଷଭ ପନ୍ତ ବ୍ୟାଟିଂ ବ୍ୟତୀତ ୱିକେଟକିପିଂର ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ୱିକେଟକିପିଂର ତୀବ୍ରତା କମ୍ ରଖାଯାଇଛି । ଋଷଭ ଏବେ ଛୋଟ ଛୋଟ ମୁଭମେଣ୍ଟ ସହ ଆଗକୁ ବଢ଼ୁଛନ୍ତି । କିନ୍ତୁ ଏବେ ବଡ଼ ମୁଭମେଣ୍ଟ ତାଙ୍କ ପାଇଁ ସହଜ ନୁହେଁ ।