ତୈଳ ଦର ବୃଦ୍ଧି ଶୀଘ୍ର ଠିକ୍ ହୋଇଯିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ତୈଳ ଦର ବୃଦ୍ଧି ସାମୟିକ, ଶୀଘ୍ର ଠିକ୍ ହୋଇଯିବ ବୋଲି ଆଶା କରାଯାଉଛି। ବିଶ୍ୱ ବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପେଟ୍ରୋଲ, ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କଲେ ଗ୍ରାହକ ଲାଭ ପାଇବେ। ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଚଲାଇଛନ୍ତି। ଜିଏସଟି କାଉନସିଲ ଏନେଇ ନିଷ୍ପତ୍ତି ନେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।