ରିଦ୍ଧିମାଙ୍କ ଯୋଗ ଭିଡିଓ ଭାଇରାଲ୍

ବଲିଉଡ୍ ଆକ୍ଟର ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହନିଙ୍କ ଯୋଗ ଭିଡିଓ ଖୁବ୍ ଦ୍ରୁତଗତିରେ ଭାଇରାଲ୍ ହୋଇଛି। ଗ୍ଲାମର୍ ଦୁନିଆଠାରୁ ଯଦିଓ ରିଦ୍ଧିମା ବେଶ୍ ଦୂରରେ ଅଛନ୍ତି, ମାତ୍ର ସୋସିଆଲ୍ ମିଡିଆରେ ସେ ଖୁବ୍ ସକ୍ରିୟ। ନିକଟରେ ସେ ଏଇ ଭିଡିଓଟି ପୋଷ୍ଟ କରି ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି। ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ରିଦ୍ଧିମା ପୋଷ୍ଟ କରିଥିବା ଏ ଭିଡିଓରେ ରହିଛି ସେ ବ୍ୟାୟାମ କରୁଥିବା ସମୟର ଛବି। ଏ ଭିଡିଓଟିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ଓ ଏହାକୁ ୬୬ ହଜାରରୁ ଅଧିକ ଦର୍ଶକ ଦେଖିସାରିଲେଣି।

ଭିଡିଓରେ ରିଦ୍ଧିମା ୟୁନିକ୍ ଷ୍ଟାଇଲରେ ଯୋଗ କରିଥିବା ଦେଖିବାକୁ ମିଳିଛି। ରିଷି କପୁର ଓ ନିତୁଙ୍କ ଝିଅ ରିଦ୍ଧିମା ପେସାରେ ଜଣେ ଇଣ୍ଟରିୟର ଏବଂ ଫ୍ୟାସନ୍ ଡିଜାଇନର୍। ଏହା ବ୍ୟତୀତ ତାଙ୍କର ଅଳଙ୍କାର ବ୍ୟବସାୟ ମଧ୍ୟ ରହିଛି। ୨୦୦୬ରେ ରିଦ୍ଧିମା ନିଜର ବାଲ୍ୟବନ୍ଧୁ ତଥା ବ୍ୟବସାୟୀ ଭାରତ ସାହନିଙ୍କୁ ବିବାହ କରିଛନ୍ତି।