ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଛି। ଆଜି ଏନିସିବି ଦ୍ୱାରା ଲଗାତାର ତୃତୀୟ ଦିନ ଜେରା ପରେ ରିୟା ଗିରଫ ହୋଇଛନ୍ତି। ଏନସିବି ରିୟାଙ୍କୁ ରବିବାର ୬ ଘଣ୍ଟା ଓ ସେମାବାର ୮ ଘଣ୍ଟା ଜେରା କରିଥିଲେ। ଏହାପୂର୍ବରୁ ଏନସିବି ରିୟାଙ୍କ ସାନଭାଇ ସୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଆଉ ୯ ଜଣଙ୍କୁ ଗିରଫ କରିସାରିଛି।

ସୂଚନାଯୋଗ୍ୟ, ରିୟା ପ୍ରଥମ ଦିନ ଜେରାରେ ଅନେକ ପ୍ରଶ୍ନର ଉତ୍ତର ଦେଇନଥିବାବେଳେ ଆଜି ଡ୍ରଗ୍ସ ମାମଲାରେ ବଲିଉଡ଼ର ୨୫ ଜଣ ନାମୀ ହସ୍ତୀ ସାମିଲ ଥିବା ସ୍ୱୀକାର କରିଛନ୍ତି। ରିୟାଙ୍କୁ ଏନସିବି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଓ ସିବିଆଇ ପକ୍ଷରୁ ପଚରାଉଚୁରା ସରିଛି।