ସ୍ୱନାମଧନ୍ୟ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ସଂଗୀତ ଜଗତର ସ୍ୱନାମଧନ୍ୟ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ଘଟିଛି। ରବିବାର ସକାଳେ ୮୫ ବର୍ଷ ବୟସରେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ କୋଲକାତାର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କାଳଜୟୀ କବି ସ୍ୱର୍ଗତ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା ୧୯୩୪ ମସିହା ନଭେମ୍ବର ୭ରେ ଜନ୍ମଗ୍ରହଣ କରିଥିଲେ।

୧୯୪୮ ମସିହାରେ ମାତ୍ର ୧୪ ବର୍ଷ ବୟସରେ ସେ କଟକ ଅଲ୍ ଇଣ୍ଡିଆ ରେଡିଓରୁ ସଙ୍ଗୀତ ଗାନ ଆରମ୍ଭ କରିଥିଲେ କ୍ଷ ୧୯୩୪ ମସିହା ନଭେମ୍ବର ୭ ତାରିଖ ରେ ସେ ଜନ୍ମ ଗ୍ରହଣ କରିଥିଲେ କ୍ଷ ୧୯୮୩ ମସିହାରୁ କୋଲକାତାରେ ରହୁଥିଲେ । ଓଡିଶାର ଗ୍ଵାଲିୟର ଘରlନl ର ଭାରତୀୟ ଶାସ୍ତ୍ରୀୟ ଗାୟିକା ଥିଲେ । ୧୯୫୬ ମସିହା ରେ ପୁନେ ସ୍କୁଲରୁ ସଙ୍ଗୀତରେ ସ୍ନାତକ କରିଥିଲେ। କୋଲକାତା ସଦରଙ୍ଗ ସଙ୍ଗୀତ ସମ୍ମୀଳନୀରେ ସଙ୍ଗୀତ ପରିବେଷଣ କରି ୧୩ ଟି ସ୍ଵର୍ଣ୍ଣ ମୁଦ୍ରା ହାସଲ କରିଥିଲେ। ଭାରତରେ ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ ।

୧୯୭୦ ଓ ୧୯୭୧ ରେ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ୨୦୦୯ରେ ଭାରତୀୟ ଜୀବନ ବ୍ୟାପି ସାଧନା ସମ୍ମାନ, ଓଡିଶା ସୋସାଇଟି ଅଫ୍ ଆମେରିକା ପକ୍ଷରୁ ୨୦୧୨ ରେ ଜୀବନ ବ୍ୟାପି ସାଧନା ସମ୍ମାନ ହାସଲ କରିଥିଲେ । ୨୦ ୧୨ ରେ ସଙ୍ଗୀତ ନାତକ ଏକାଡେମୀ ପୁରସ୍କାର (ଟାଗୋର ଅକାଦମୀ ପୁରସ୍କାର) ପାଇଥିଲେ। ୧୯୯୯ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ସାହିତ୍ୟ କ୍ଷେତ୍ରରେ ଡକ୍ଟରେଟ ଡିଗ୍ରୀ ଓ ୧୯୭୫ ରେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ ଦ୍ଵାରା ସଙ୍ଗୀତ ରେ ଡକ୍ଟରରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା ।

ବିଶେଷକରି ଗୁରୁମା ସେ ଭାବେ ପରିଚିତ। ନିଶବ୍ଦ ଶରଦ ପ୍ରାତେ, ଜୀବନ ପାତ୍ର ମୋ ଭରିଛ କେତେ ମତେ…., ଜୀବନ ବନ୍ଧୁ ଜୟ ଜୟ ହେ… ଆଦି ସଙ୍ଗୀତ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ।ସେ ଓଡିଶା ସଂଗୀତ ଏକାଡେମୀ ସମେତ ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି।