ରାଜସ୍ୱ ଅମଲା ସଂଘ ନିର୍ବାଚନ : ମନୋଜ – ସଭାପତି, ମୁରଲିକ୍ରିଷ୍ଣା –ସଂପାଦକ ଜିଲ୍ଲା By Nitidin On Mar 2, 2020 Share ରାୟଗଡା,ଏନ୍ଏନ୍ଏସ୍ : ଆସନ୍ତା ୩ ବର୍ଷ ନିମନ୍ତେ ରାଜସ୍ୱ ଅମଲା ସଂଘ ରାୟଗଡା ଜିଲ୍ଲା ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି। ନିର୍ବାଚନରେ ସଭାପତି ଭାବେ ମନୋଜ ରଥ ଏବଂ ସଂପାଦକ ଭାବେ ମୁରଲି କ୍ରିଷ୍ଣା ପଣ୍ଡା ନିର୍ବାଚିତ ହୋଇଛନ୍ତି। ସେହପରି ପରି ଉପ-ସଭାପତି ଭାବେ ମାନସ କୁମାର ସାହୁ, ସହ-ସଂପାଦିକା ଭାବେ ଅନିତା ଦାସ, କୋଷାଧ୍ୟକ୍ଷ ଭାବେ ପ୍ରସନ୍ନ କୁମାର ପାଢୀ ଏବେ ଗୁଣପୁର ଉପଖଣ୍ଡ ନିମନ୍ତେ ଉପ-ସଭାପତି ଭାବେ ନିଦ୍ୱର୍ନ୍ଦରେ ଧନୁଷ୍କ ଶବର ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ୨୧୭ ଜଣ ରାଜସ୍ୱ ଅମଲା ଭୋଟଦାନରେ ଅଂଶଗ୍ରହଣ କରିଥିଲେ। ତେବେ ସଭାପତିପାଇଁ ମନୋଜ ରଥଙ୍କୁ ୧୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ସୀମାଚଂଳ ପଣ୍ଡାଙ୍କୁ ୬୬ ଏବଂ ଗୌରୀ ଶଙ୍କରଙ୍କୁ ୧୦ ଖଣ୍ଡ ଭୋଟ ମିଳିଛି। ସେହିଭଳି ଉପ-ସଭାପତି ଭାବେ ମାନସ କୁମାର ସାହୁଙ୍କୁ ୧୪୯ ଏବଂ ନରସିଂହ ମାଣ୍ଡିକାଙ୍କୁ ୬୨ ଖଣ୍ଡ ଭୋଟ ମିଳିଛି। ସଂପାଦକ ଭାବେ ମୁରଲି କ୍ରିଷ୍ଣା ପଣ୍ଡାଙ୍କୁ ୧୩୨, ଆଶୁତୋଷ ପାତ୍ରଙ୍କୁ ୨୧, ଗଦାଧର ପାତ୍ରଙ୍କୁ ୧୦ ଏବଂ ସୁଶାନ୍ତ କୁମାର ଦାସଙ୍କୁ ୫୨ ଖଣ୍ଡ ଭୋଟ ମିଳିଛି। ସହ-ସଂପାଦକ ଭାବେ ଅନିତା ଦାସଙ୍କୁ ୯୩,ବିଜୟତା ପାଢୀଙ୍କୁ ୭୭ ଏବଂ ସନ୍ତୋଷ କୁମାର ବାଉରୀଙ୍କୁ ୪୪ ଖଣ୍ଡ ଭୋଟ ମିଳିଛି। କୋଷାଧ୍ୟକ୍ଷ ଭାବେ ପ୍ରସନ୍ନ କୁମାର ପାଢୀଙ୍କୁ ସର୍ବାଧିକ ୧୬୫ ଏବଂ କିରଣ କୁମାର ପଟ୍ଟନାୟକଙ୍କୁ ୪୦ ଖଣ୍ଡ ଭୋଟ ମିଳିଛି। ନିର୍ବାଚନ ଅଧିକାରୀ ଭାବେ ନୁଆଲ ବା ଏବଂ ଧନେଶ୍ୱର କୁମ୍ଭାର ନିୟୋଜିତ ଥିବା ବେଳେ ନିର୍ବାଚନ ନିରୀକ୍ଷକ ଭାବେ ଶଙ୍କର ପ୍ରସାଦ ପଟ୍ଟନାୟକ ଯୋଗ ଦେଇଥିଲେ। Share